କଟାକ୍ଷ ପକାଇ ପ୍ରଭୁ କର ଉପକାର । ଘୋଷା ।
ଭବ ସ୍ରୋତେ ମୁଁ ଭାସଇ, ଉପାୟ ମୋହର ନାହିଁ;
ଥଳ କିଛି ନ ଦିଶଇ, ଘୋର ଅନ୍ଧକାର । ୧ ।
ଭାଙ୍ଗିଗଲା ମୋର ତରୀ, ଉଠୁଛି ବଡ଼ ଲହରୀ,
କେମନ୍ତେ ହୋଇବି ପାରି ମୃତ୍ୟୁର ସାଗର ? । ୨ ।
ହଜାର ମେଘ ଗର୍ଜନ ସମାନ ଆସେ ତୋଫାନ
ଥ ରୁଛି ମୁଁ ଅନୁକ୍ଷଣ, କି ହେବ ମୋହର ? । ୩ ।
ଆହେ ଯୀଶୁ ଦୟାବାନ ଧରି ଏହି ଭୀତ ଜନ
ତ୍ରାଣ-ଘାଟେ ରଖ ପ୍ରାଣ, ଶାନ୍ତି ହେବ ମୋହର । ୪ ।