ଆଉ କିଛି ପ୍ରଭୁ ଚାହେଁନା ଜୀବନେ
ତୁମ୍ଭେ ଯଦି ଥାଅ କତିରେ, ସୁଖ ଦିଅ ଅବା ଦୁଃଖ ଦିଅ ପ୍ରଭୁ
ସମାନ ସବୁ ମୋ କତିରେ । ଘୋଷା ।
ଦୁଃଖ ପାଇ ଯେବେ ତୁମଠୁଁ ପଳାଏ ବୁଲେ ମୁଁ ବାହାର ଅନ୍ଧାରେ,
ଅଙ୍କୁଶ ପ୍ରହାରେ ଟାଣିଆଣ ମୋତେ
ତୁମରି ପ୍ରଣୟ-କାରାରେ
ସୁଖ ଆଶା କରି ତୁମକୁ ମୁଁ ଛାଡ଼ି ବୁଲେ ସିନା ମରୀଚିକାରେ,
ରବି ଶଶୀ ତାରା ଥାଉଁ ଦିଶାହରା ା ୧ ।
ବୁଲିବୁଲି ମରେ ଅନ୍ଧାରେ ା ୨ ।
ଦୁଃଖ ଦେଇ ଯଦି ତୁମ୍ଭ ଦେଖା ପାଏଁ ରଖ ପ୍ରଭୁ ମୋତେ ଦୁଃଖରେ,
ଯେଉଁ ସୁଖ ପାଇ ତୁମକୁ ହରାଏ
(ମୋର) ଲୋଡ଼ା ନାହିଁଁ ସେହି ସୁଖରେ । ୩ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.
One thought on “aau kichi probhu chaahen na jibone”
Mangal Purty