kede mistha bani sunili ki hrusto heli

କେଡ଼େ ମିଷ୍ଟବାଣୀ ଶୁଣିଲି ! କି ହୃଷ୍ଟ ହେଲି !

ଦହନ କାଳରେ ହିମଲେପ ସମ ମଣିଲି । ଘୋଷା ।

ପୂର୍ଣ୍ଣାନୁଗ୍ରହ ଆମ୍ଭର   ତୁମ୍ଭର ପାଇଁ ପ୍ରଚୁର 

ମୋ ପ୍ରଭୁଙ୍କ ଏ ବଚନ ମୋ ପାଇଁକି ଜାଣିଲି । ୧ ।

କେଡ଼େ ସୁମିଷ୍ଟ ବଚନ !          କେବେ ନୋହିଲା ଶ୍ରବଣ,

ମାନବ ଉକ୍ତି ତା ତୁଲ୍ୟ ନୋହିବ ମୁଁ ବୁଝିଲି । ୨

ରୌପ୍ୟ ନିର୍ମିତ ପାତ୍ରରେ ସୁବର୍ଣ୍ଣ ଫଳ ପରିରେ,

ନୟନକୁ ମୋର ଅତି ପ୍ରୀତିକର ମଣିଲି । ୩

ପ୍ରତି ଶବଦ ଅଟଇ ଯେହ୍ନେ ଅମୃତ ଉନୁଇ,

ଝରୁଅଛି ଅବିରତ ପିଇ ତୃପ୍ତ ହୋଇଲି । ୪ ।

ବଢ଼ିଲା କ୍ଳେଶ ଯେସନ, ଅନୁଗ୍ରହ ହିଁ ତେସନ,

ଅଧିକ ହୋଇଲା, ଏହା ଅନୁଭବ କରିଲି । ୫ ।

ଦୁଇକି ରଖି ନିକ୍ତିରେ ତଉଲିଲି ମୁଁ ଯତ୍ନରେ;

ଅନୁଗ୍ରହ ତ ମହୀକି ଚୁମ୍ବିଲା, ମୁଁ ଦେଖିଲି । ୬ ।

ଏହି ନିଗୂଢ଼ ବ୍ୟାପାର ମନେ କରିଣ ବିଚାର 

ହେବ ଯେବେ କ୍ଳେଶାଧିକ ହେଉ ବୋଲି ଇଚ୍ଛିଲି । ୭ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *