purno sosi udde hoiacha jishu mozze aasi

ପୂର୍ଣ୍ଣ ଶଶୀ,

ଉଦେ ହୋଇଅଛ ଯୀଶୁ ମଞ୍ଚେ ଆସି ହେ । ଘୋଷା । 

 

ନିଷ୍କଳଙ୍କ ବ୍ରହ୍ମ, ମହୀପରେ ବିରାଜିଛ ମହା ତେଜସ୍କରେ,

ନିତ୍ୟ ନବତନ ସର୍ବଦା ସମାନ, ହ୍ରାସ ନୁହଁ ସଦା ଅବିନାଶୀ ହେ  ା ୧ ।

ପାପାନ୍ଧାର ଯହୁଁ ଜଗତରେ, ଘୋଟିଲା ସକଳ ହୃଦୟରେ,

ଯୀଶୁ ଦୀନନାଥ, ଦେଖାଇଲେ ପଥ ନିଜେ ଆସି ଦୟା ସୁପ୍ରକାଶି ହେ । ୨ । 

 

ଏ କିରଣେ ଚାଲେ ଯେଉଁ ଜନ, ପ୍ରବେଶ କରେ ଅମର ସ୍ଥାନ,

ଅନନ୍ତ ଦିବସ ଦୁଃଖ ନାହିଁ ଲେଶ ଭୁଞ୍ଜେ ମହାସୁଖ ଦିବାନିଶି ହେ ା ୩ । 

 

କହେ ଦୀନହୀନ ମୂଢ଼ ନର, ଆରତ ଧ୍ୱନି ଶୁଣ ହେ ମୋର,

ମୁହିଁ ଗତିହୀନ, କରୁଛି ଜଣାଣ, ମନୁ ମୋର ନାଶ କାଳନିଶି ହେ   ା ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *