ଯୀଶୁ, ତବ ଶ୍ରୀମହିମା ପ୍ରକାଶ ମୁହିଁ
କରିବା ପାଇଁ
ଉଦ୍ଯୋଗୀ କରାଅ ତବ ଇଚ୍ଛାନୁଯାୟୀ । ଘୋଷା ।
ତୁମ୍ଭ ଅମୂଲ୍ୟ ରକ୍ତରେ ମୁଁ ହୀନ କିଣା ହେବାରେ
ନିଜ ଦେହ ଆତ୍ମା ଆଉ ମୋର ନୁହଇ । ୧ ।
କର୍ମରେ କି ବଚନରେ, ଯାହା ଯାହା ମୁହିଁ କରେ
କରିବି ଯେସନେ ତବ ମହିମା ପାଇଁ । ୨ ।
ଯେବେ କିଛି ସୁବିଷୟ ମନରେ ହୁଏ ଉଦୟ
କରିବି ଯେସନେ ତବ ଶାସ୍ତ୍ରକୁ ଧ୍ୟାୟି । ୩ ।
ତବ ଶ୍ରୀଛାମୁ ମୋହର ଅଗ୍ରେ ନୋହିଲେ ବାହାର
ନ ଯିବି କୌଣସି ସ୍ଥାନେ ସାହସୀ ହୋଇ । ୪ ।
ମୋର ନିତ୍ୟ ପ୍ରାର୍ଥନାରେ ତୁମ୍ଭ ଇଚ୍ଛା ଲୋଡ଼ିବାରେ ଭୁଲି
ଏକ କ୍ଷୁଦ୍ର କର୍ମେ ନ ଯିବି ଧାଇଁ । ୫ ।
ସୁଖରେ କିବା ଦୁଃଖରେ, ଜୀବନେ ବା ମରଣରେ
ଥ ।ନ୍ତୁ ସଦା ଧର୍ମାତ୍ମା ମୋ ସହାୟ ହୋଇ । ୬ ।