mono dubere khristonko premo saagore

ମନ ଡୁବରେ ଖ୍ରୀଷ୍ଟଙ୍କ ପ୍ରେମ-ସାଗରେ । ଘୋଷା ।

ସେ ପ୍ରେମ-ସାଗରେ ମତି       ବୁଡ଼ାଇଲେ ଅତି ତୃପ୍ତି,

ତହିଁ ମିଳଇ ଆନନ୍ଦ ଶାନ୍ତି ସତ୍ୱରେ । ୧ ।

ସେ ଯେଉଁ ପ୍ରେମ-ସାଗର ନାହିଁ ତାର ଥଳ କୂଳ,

ସଦା ଉଠଇ ପ୍ରେମ-ଲହରୀ-କଲ୍ଲୋଳେ । ୨ ।

ତହିଁରେ ସୁଖ ଅଶେଷ,              ନାହିଁ ପାପ ତାପ ତ୍ରାସ,

ଅତି ସୁବାସ ଆମୋଦ ଶାନ୍ତି ଦଳରେ । ୩ ।

ସେ ପ୍ରେମ-ସାଗର ଜଳ         ନିଭାଏ ପାପ-ଅନଳ,

ତହିଁ ବୁଡ଼ି ବୁଡ଼ି ରହ ମନ ଶାନ୍ତିରେ । ୪ ।

Leave a comment

Your email address will not be published. Required fields are marked *