ଯୀଶୁ ତୁମ୍ଭେ ଶ୍ରୀବଦନ କେବେ ନେତ୍ରେ ଦର୍ଶନ ? । ଘୋଷା ।
ଏ ଭୁବନେ ମୋ ନୟନ କଲା ଯେତେ ବିଲୋକନ,
ସର୍ବ ଅସାର ସ୍ୱପନ, ତହିଁ ନୋହିଲା ତୃପ୍ତ ମୋ ମନ । ୧ ।
ଦେଖି ତୁମ୍ଭ ଶ୍ରୀବଦନ ତୃପ୍ତ ହେବ ମୋର ମନ,
କି ଆନନ୍ଦ ହେବ ଜନ୍ମ, ତାହା କେ କରିବ ନିବାରଣ ା ୨ ।
ମୋର ପାଇଁ ଦେଲେ ପ୍ରାଣ, କି ଦେବି ମୁଁ ପ୍ରତିଦାନ ?
ପାଇଲେ ଶ୍ରୀ ପାଦପଦ୍ମ ତୋଷେ ଧରି କରିବି ଚୁମ୍ବନ ା ୩ ।
ହେବ ମୋ ଚିତ୍ତେ ଉଲ୍ଲାସ, ଦୂରେ ଯିବ ଦୁଃଖ କ୍ଳେଶ,
ହେବ ପୂର୍ଣ୍ଣ ମୋ ମାନସ ଦେଖି ତୁମ୍ଭ ଗୌରବ ଆନନ ା ୪ ।
ରହି ସଙ୍ଗେ ଅନୁକ୍ଷଣ ଭୋଗି ଅନନ୍ତ ଜୀବନ,
ତୁମ୍ଭ ପ୍ରଶଂସା କୀର୍ତ୍ତନ ନିରନ୍ତର କରିବି ଗାୟନ