କର ଯୀଶୁଙ୍କ ନାମେ ଜୟଗାନ,
ପ୍ରାର୍ଥନା ପ୍ରଶଂସା ଘେନିବାକୁ ସେହି କେବଳ ସିନା ସୁଭାଜନ । ଘୋଷା ।
ସ୍ୱର୍ଗରେ ଦୂତଗଣ ସିଂହାସନ ଚତୁର୍ଦ୍ଦିଗରେ ଥାଇ ଅନୁକ୍ଷଣ
ବୋଲୁଥାନ୍ତି ସଦା ଧର୍ମ ଧର୍ମ ଧର୍ମ ଯୀଶୁ ପ୍ରଶଂସାକୁ ଭାଜନ । ୧ ।
ଆସ ଯୋଗ କରିବା ଆମ୍ଭ ଗୀତ ସ୍ୱର୍ଗ ଦୂତମାନଙ୍କର ସହିତ,
ଏକ ସ୍ୱରେ ଯୁବାମେଷ ଧନ୍ୟବାଦ ପ୍ରଶଂସା କରିବା ଗାୟନ । ୨ ।
କାରଣ ଆପଣା ରୁଧିର ଦେଇ ଆମ୍ଭମାନଙ୍କୁ ସେ ପାପରୁ ଧୋଇ
କରିଛନ୍ତି ଈଶ୍ୱରଙ୍କ ନିକଟରେ ରାଜା ଯାଜକ ସଂସ୍ଥାପନ । ୩ ।
ତାଙ୍କ ମହିମା ଆଉ କର୍ତ୍ତାପଣ ସର୍ବଦା ଥାଉ ଗୌରବ ସମ୍ଭ୍ରମ,
ଧନ୍ୟବାଦ ସ୍ତୁତି ଗ୍ରହଣ କାରଣ ସେହି କେବଳ ସୁଭାଜନ । ୪ ।