କେଡ଼େ ମନୋରମ ସେ ସ୍ୱର୍ଗଭୁବନ !
ନାହିଁ ନାହିଁ ତା ସମ ସୁଖଧାମ;
କେବେ କରିବ ମୋ ନେତ୍ର ଦର୍ଶନ ?
କେବେ ପଡ଼ିବ ତା ଦ୍ୱାରେ ଚରଣ ? । ଘୋଷା ।
ଯହିଁ ଅଛନ୍ତି ମୋ ତ୍ରାଣରାଜନ, ହେବି ହୃଷ୍ଟ ଦେଖି ତାଙ୍କ ବଦନ । ୧ ।
ଯହିଁ ନିବାସ ଅନନ୍ତ ଜୀବନ, ଶୁଣା ନ ଯାଏ ସେ ପୁରେ ମରଣ । ୨ ।
ଯହିଁ ନାହିଁ ରାତ୍ରି କି ପରିଶ୍ରମ, ଭୋଗ ହୁଅଇ ସେ ପୁରେ ବିଶ୍ରାମ । ୩ ।
ହେବ ନିତ୍ୟାନନ୍ଦ ମୁଣ୍ଡ ଭୂଷଣ, ଶୋକ ଦୁଃଖ କରିବ ପଳାୟନ । ୪ ।
ଚାଲରେ ମନ ଚାଲରେ ବହନ, ଆସିଅଛି ସେଠାରୁ ନିମନ୍ତ୍ରଣ । ୫ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.