ki madhuro monoromo mo srabane jishu naamo

କି ମଧୁର ମନୋରମ ମୋ ଶ୍ରବଣେ ଯୀଶୁ ନାମ !

ନାହିଁ ତା ସମାନ ନାମ ତ୍ରିଭୁବନେ ଅନୁପମ । ଘୋଷା ।

ବିଶ୍ୱାସୀ ପ୍ରତି ସେ ନାମ          ଅଟେ କି ମନୋରଞ୍ଜନ

କରେ ତା ଦୁଃଖ ନାଶନ, କରେ ତା ଶୋକ ଖଣ୍ଡନ । ୧ ।

ଭଗ୍ନାନ୍ତଃକରଣ ପ୍ରତି  ଅଟେ ତାହା ସ୍ୱାସ୍ଥ୍ୟ ଶାନ୍ତି,

କ୍ଷୁଧିତକୁ କରେ ତୃପ୍ତି, ଶ୍ରାନ୍ତ ପ୍ରତି ସେ ବିଶ୍ରାମ । ୨ ।

ଯୀଶୁ ତ୍ରାଣ ନାମଧେୟ           ଅଟେ ମୋ ପ୍ରତି କି ପ୍ରିୟ ! 

ଘୁଞ୍ଚାଏ ମୋ ସର୍ବ ଭୟ, ମୋହର ଦୃଢ଼ ପାଷାଣ । ୩ ।

ଯୀଶୁ ମୋହର ରାଜନ,             ଯୀଶୁ ମୋହର ଜୀବନ,

ଆଉ ମୋର ତ୍ରାଣଧନ, ମୋହର ପୂଣ୍ୟ ବସନ । ୪ ।

ଯୀଶୁ ନାମ କେତେ ମିଷ୍ଟ, କରେ ମୋତେ ନିତ୍ୟ ହୃଷ୍ଟ,

ଅଟନ୍ତି ସେ ମୋର ଇଷ୍ଟ, ମୋର ନିତ୍ୟ ଗାନ ଧ୍ୟାନ । ୫ ।

Leave a comment

Your email address will not be published. Required fields are marked *