jishu tobo priyo naamo mo srobone ki modhura

ଯୀଶୁ, ତବ ପ୍ରିୟ ନାମ ମୋ ଶ୍ରବଣେ କି ମଧୁର !

ନ ଦିଏ ତେଡ଼େ ଆମୋଦ ସୁନ୍ଦର ସୁବାସ ଫୁଲ । ଘୋଷା । 

 

ମୋଶା ଆଦି ପିତୃଗଣେ ଭବିଷ୍ୟଦବକ୍ତାମାନେ,

ଦୂରେ ଦେଖି ଆଲିଙ୍ଗନ କଲେ ହରଷ ମନର । ୧ । 

 

ତବ ଯୁଗ୍ମ ଶ୍ରୀଚରଣ ପାପିନୀ କଲା ଚୁମ୍ବନ,

ପାଇଣ ପାପ ମୋଚନ ଆନନ୍ଦେ ଗଲା ସତ୍ୱର । ୨ ।

ଯୀଶୁ ଅମୃତ-ନିର୍ଝର ଅଟନ୍ତି ପ୍ରେମ ସାଗର,

ବିନାମୂଲ୍ୟେ ଶମିରୋଣୀ ପାଇଲା ଅମୃତ ନୀର । ୩ ।

ପାଉଲ ନାମେ ପ୍ରେରିତ ଜ୍ଞାନ ଲାଭାଦି ସମସ୍ତ,

ଖ୍ରୀଷ୍ଟ ନାମ ସାର ଜାଣି ମଣିଲେ ସବୁ ଅସାର । ୪ । 

 

ସେ ନାମେ ମନ ଫେରଣ ଆବର ପାପମୋଚନ,

ଜଗତେ ହୁଏ ପ୍ରଚାର, ଶୁଭଇ ତ୍ରାଣ ଚହଳ । ୫ ।

ଖ୍ରୀଷ୍ଟ ପ୍ରେମ ଖ୍ରୀଷ୍ଟ ନାମ ସବୁଠୁ ମନୋରଞ୍ଜନ,

ଏଣୁ ବିଶ୍ୱାସୀଙ୍କଠାରେ ଅଟନ୍ତି ସେ ବହୁମୂଲ୍ୟ । ୬ । 

 

କହଇ ମୁଁ ପାପୀ ଛାର, କି ଦେବି ଉପମା ତା’ର 

ଯେ ତାହା ଚାଖେ ଅନ୍ତରେ ସେ ଜାଣେ ମଧୁର ତାର । ୭ ।

Leave a comment

Your email address will not be published. Required fields are marked *