କି ମନୋରଞ୍ଜନ ଅଟେ ସେ ସ୍ୱର୍ଗୋଦ୍ୟାନ !
ହେ ମନ, ନାହିଁ ତା ସମାନ ସ୍ଥାନ ମର୍ତ୍ତ୍ୟପୁରେ ଦରଶନ । ଘୋଷା ।
ସେ ଠାବର ରାଜ୍ୟ ଅଟଇ ଅନିର୍ବାଯ୍ୟ,
ନାହାନ୍ତି ଶତ୍ରୁଗଣ କରିବାକୁ ଆକ୍ରମଣ । ୧ ।
ସେଠାର ମୁକୁଟ ତେଜରେ କି ଶୋଭିତ !
ସର୍ବଦା ରମଣୀୟ ଗୌରବ ତାର ଅମ୍ଳାନ । ୨ ।
ଅନନ୍ତ ଜୀବନ କରଇ କର୍ତ୍ତାପଣ,
ତହିଁ ନୁହେଁ ଶ୍ରବଣ ମୃତ୍ୟୁ ଭୟ କଦାଚନ । ୩ ।
ଶୋକ ଭୟ କ୍ଳେଶ ତହିଁ ନ ପାଏ ବାସ,
ଅନନ୍ତ ସୁଖେ ହୁଏ ତହିଁ କାଳ ସୁକ୍ଷେପଣ । ୪ ।
କ୍ରନ୍ଦନ ସନ୍ତାପ ଯାତନା ପାପ ତାପ କେବେ ନ ଯାଏ ଦେଖା,
କି ସୁଖମୟ ଭୁବନ ! । ୫ ।
ଶୁକ୍ଳ ବସନରେ ସୁଶୋଭିତ ସକଳେ,
କେବେ ନ ପ୍ରବେଶଇ କୌଣସି ଅଶୁଚି ଜନ । ୬ ।
କି ଶାନ୍ତି ଭୁବନ ! କି ସୁଖ ଶାନ୍ତି ସ୍ଥାନ !
ହେବ କି ମୋର ଭାଗ୍ୟ କରିବାକୁ ତା ଦର୍ଶନ ? । ୭ ।