ମନ ଡୁବରେ ଖ୍ରୀଷ୍ଟଙ୍କ ପ୍ରେମ-ସାଗରେ । ଘୋଷା ।
ସେ ପ୍ରେମ-ସାଗରେ ମତି ବୁଡ଼ାଇଲେ ଅତି ତୃପ୍ତି,
ତହିଁ ମିଳଇ ଆନନ୍ଦ ଶାନ୍ତି ସତ୍ୱରେ । ୧ ।
ସେ ଯେଉଁ ପ୍ରେମ-ସାଗର ନାହିଁ ତାର ଥଳ କୂଳ,
ସଦା ଉଠଇ ପ୍ରେମ-ଲହରୀ-କଲ୍ଲୋଳେ । ୨ ।
ତହିଁରେ ସୁଖ ଅଶେଷ, ନାହିଁ ପାପ ତାପ ତ୍ରାସ,
ଅତି ସୁବାସ ଆମୋଦ ଶାନ୍ତି ଦଳରେ । ୩ ।
ସେ ପ୍ରେମ-ସାଗର ଜଳ ନିଭାଏ ପାପ-ଅନଳ,
ତହିଁ ବୁଡ଼ି ବୁଡ଼ି ରହ ମନ ଶାନ୍ତିରେ । ୪ ।