ghena ghena aji moro ehi upasana he

(ସ୍ୱର : ଆସ ପ୍ରଭୋ ଆସ) 

ଘେନ ଘେନ ଆଜି ମୋର ଏହି ଉପାସନା ହେ…

ଟାକି ବସିଅଛି ନୀରସ ପରାଣେ

ଦିଅ ପ୍ରେମ କଣା ହେ । ୦ । 

 

ସଜଳ ନୟନେ ସରଳ ପରାଣେ

କରଇ ବନ୍ଦନା ହେ

ଦରଶନ ଲାଗି ଦ୍ୱାରେ ଅଛି ଜଗି

ପୁରାଅ କାମନା ହେ । ୧ । 

 

ଦେଖାଅ ବଦନ ଦୟାର ସଦନ

ନାଶି ମୋ ବେଦନା ହେ ଦୋଷ କର କ୍ଷୟ 

ଦୂର କର ଭୟ ଚେତାଇ ଚେତନା ହେ      । ୨ ।

ନାହିଁ ଭକ୍ତି ଜ୍ଞାନ ନୀତିଶୂନ୍ୟ ପ୍ରାଣ

ଅପୂର୍ଣ୍ଣ ସାଧନା ହେ

ପୁଲକିତ କର ପ୍ରାଣ ଭିକ୍ଷୁକର

ଘେନି ବନ୍ଦାପନା ହେ । ୩ ।

Leave a comment

Your email address will not be published. Required fields are marked *