sumogolo rupo baari naba dampati upori

ସୁମଙ୍ଗଳରୂପ ବାରି ନବ ଦମ୍ପତ୍ତି ଉପରି

ପଡ଼ୁ ସୁବୃଷ୍ଟିର ପରି ବାହୁଲ୍ୟରେ କରି । ଘୋଷା ।

ସୁଖ ଶାନ୍ତିର ନିର୍ଝର      ଅଟନ୍ତି ଯେଉଁ ଈଶ୍ୱର,

କରୁଣା ସଦା ତାଙ୍କର ହେଉ ସଙ୍ଗତର । ୧ ।

ଆଜି ଏକ ଯେଉଁ ପ୍ରେମେ        ହେଉଛନ୍ତି ବେନି ଜଣେ,

ନୋହୁ ଊଣା କଦାଚନେ ମରଣ ବିହୁନେ । ୨ ।

ଦୁଃଖେ ସୁଖେ ଏକ ମନ ଧ ରି ଏହି ବେନି ଜଣ

କରନ୍ତୁ ଯାବଜ୍ଜୀବନ କୁଶଳେ କ୍ଷେପଣ । ୩ ।

 

ପ୍ରଭୁ ପ୍ରସନ୍ନ ବଦନ   କରୁ ସର୍ବଦା ଆଚ୍ଛନ୍ନ,

ବୋଲି ହୃଷ୍ଟେ ସର୍ବଜନ ଆମେନ ଆମେନ । ୪ ।

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *