jagore jagatabasi asuchanti megharathe

ଜାଗରେ ଜଗତବାସି ଆସୁଛନ୍ତି ମେଘରଥେ,
ତୁରୀ ବାଦ୍ୟ ଧ୍ବନୀ ଉଠୁଛି ସରଗର ଦୂତମୁଖେ … (ଘୋଷା)

ସେତ ଆମର ପ୍ରଭୂ ସରଗର
ସରଗ ସମ୍ପଦ ପ୍ରେମ ପାରିବାର,
ଦୂତଗଣ ସାଥିରେ ସାଧୁମାନଙ୍କ ସଙ୍ଗରେ
ତୁରୀବାଦ୍ୟ ଧ୍ୱନୀ ଶୁଭୁଛି – ସରଗର ଦୂତମୁଖେ … |୧|

ଜୀବନ ପୁସ୍ତକ ଧରି ଅବତରି
ଫିଟାଇ ଦେଖୁବେ ପାପ କେତେ ଆମରି
ସେ ସାୟା ଯେ ପାଇବେ
ସେ ଶାନ୍ତି ସେ ଭୋଗିବେ,
ତୁରୀବଦ୍ୟ ଧ୍ୱନୀ ଶୁଭୁଛି ସରଗର ଦୂତ ମୁଖେ … |୨|

ଶୁଣରେ ଶୁଣରେ ବନ୍ଧୁ ସେହି ସ୍ବର
ହେ ପରିଶ୍ରାନ୍ତ ଭାରଗ୍ରସ୍ତ ମୋହର
ଆସ ମୋ ନିକଟକୁ ଡାକୁଛନ୍ତି ଯୀଶୁ ଆମକୁ
ତୁରୀବାଦ୍ୟ ଧ୍ୱନୀ ଶୁଭୁଛି ସରଗର ଦୂତ ମୁଖେ … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *