akase uthi nahi se dina tarati

ଆକାଶେ ଉଠି ନାହିଁ ସେଦିନ ତାରାଟି

ଅନ୍ଧାର ସରବ ସରଣୀ ସଙ୍କେତ ଦେଇନି ଉଜ୍ଜ୍ୱଳ ଆଲୋକ   । ଘୋଷା ।

 

ଗାଇନି ସରଗ ବାହିନୀ

ଜନମି ନାହିଁରେ ବେଥଲିହିମରେ

ଅମରାବତୀର ଶିଶୁଟି

ପରାଚୀ ପଣ୍ଡିତ ନରେଶ ହେରୋଦ 

ନାହାନ୍ତି ଆଜିରେ କେହିଟି କାଳର ଗରଭେ ଲୁଚିଲେ ସରବେ    

ଯେସନେ ଅତୀତ କାହାଣୀ       । ୧ ।

 

ଆଜିରେ ଜାଗିଛି ଗ୍ରହ ତାରା କଣ୍ଠେ ସେଦିନ ପୁଲକ ଭାରତୀ

ଜଳସ୍ଥଳ ନଭ ଜଣାଏ ସ୍ୱାଗତ ଶିଶୁର ଜନମ ଜୟନ୍ତୀ

ସଂସାର ପ୍ରବାସେ ମାତିଲୁ ଉଲ୍ଲାସେ

ସାର ହେଲା ଏଥି କାହାଣୀ   । ୨ ।

 

ସେଦିନର ଶିଶୁ ତେଜି ସୁରପୁର ଖୋଜୁଛି ଆଳୟେ ଆଳୟେ

ନେବାକୁ ଜନମ ଏହି ଶୁଭ ଦିନେ ସବୁରି ଆବିଳ ହୃଦୟେ

ସାର୍ଥକ କର ଆଜି ବଡ଼ଦିନେ     

ଯୀଶୁ ହେ ଅନ୍ତରେ ଜନମି       । ୩ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

2 thoughts on “akase uthi nahi se dina tarati”