ପ୍ରଭୁଙ୍କର ଶେଷ ବଚନ
ପାଳ ହେ ଘୋଷଣାକାରୀ, ହୋଇଣ ବିଶ୍ୱସ୍ତ ଜନ । ଘୋଷା ।
କରିଣ ସୁସମାଚାର ଜଗତେ କର ଘୋଷଣ,
ଯେ କରେ ତହିଁ ବିଶ୍ୱାସ ତାର ତ୍ରାଣ ସ୍ୱର୍ଗବାସ
ଯେ ବା ନ କରେ ବିଶ୍ୱାସ ନରକେ ତାର ପତନ । ୧ ।
ସର୍ବଦେଶୀ ପ୍ରତି ସୁଶିକ୍ଷା ଦିଅ ହେ ଆମ୍ଭର ଶିକ୍ଷା ମତି,
ପିତାପୁତ୍ର ଧର୍ମ ଆତ୍ମା ତ୍ରାଣକର୍ତ୍ତା ଜ୍ଞାନଦାତା,
ତ୍ରିବିଧ ଈଶ୍ୱର ନାମେ ଦିଅ ଜଳରେ ଡୁବନ । ୨ ।
ନ ହୁଅ ହେ ଭୀତ, ଆମ୍ଭେ ତୁମ୍ଭ ସଙ୍ଗେ ଅଛୁ ଶେଷ ପର୍ଯ୍ୟନ୍ତ,
ସ୍ୱର୍ଗ, ପୃଥ୍ୱୀ, କର୍ତ୍ତାପଣ ଆମ୍ଭଠାରେ ସମର୍ପଣ,
ଆମ୍ଭେ କରିପାରୁ ନାଶ, ଆମେ କରିପାରୁ ତ୍ରାଣ । ୩ ।
ଲଜ୍ଜିତ ନ ହୁଅ, କ୍ରୁଶେ ହତ ଖ୍ରୀଷ୍ଟ କଥା ଉଚ୍ଚେ ଜଣାଅ,
ଯେଉଁଠାରେ ଖ୍ରୀଷ୍ଟ ନାମ କେବେ ନୋହିଲା ଘୋଷଣ,
ସେଠାରେ ପ୍ରକାଶ କର ପାପୀ କର୍ଣ୍ଣେ ଖ୍ରୀଷ୍ଟ ନାମ । ୪ ।
ଯଦି ଶୟତାନ କରଇ କ୍ରୁଶର ବାଧା କରି ଗର୍ଜ୍ଜନ, ତଥାପି ନ ଡର ଭାଇ,
ଉଚ୍ଚ ସ୍ୱରେ ତୂରୀ ନେଇ, ଜଣାଅ ଯାଇ ଜଗତେ ଖ୍ରୀଷ୍ଟନାମେ ପରିତ୍ରାଣ । ୫ ।