mo jibana aakara he

ମୋ ଜୀବନ ଆକର ହେ ପ୍ରଭୁ
ତୁମେ ମୋ ଜୀବନ ଆକର (ଘୋଷା)

ହାତ ମୋର ଧରି ଚଳାଅ ହେ ନାଥ
ଆଲୋକିତ ହେଉ ମୋର ଚଲାପଥା
ଅନ୍ଧାରେ ଜ୍ୟୋତି ମୋର ହେ ପ୍ରଭୁ ତୁମେ … |୧|

ଯାହା ଥିଲା ମୋର ଜୀବନରେ ସାର
ତୁମଲାଗି ପ୍ରଭୁ ମଣିଛି ଅସାର
ଯାତ୍ରାର ବନ୍ଧୁ ମୋର ହେ ପ୍ରଭୁ ତୁମେ . |୨|

ମାଗୁ ନାହିଁ ପ୍ରଭୁ ଧନ-ମାନ-ଯଶ
ଦିଅ ଖାଲି ତୁମ ସେନେହ ଆଶିଷ
ଶୁଣ ଏ ଗୁହାରି ମୋର … ହେ ପ୍ରଭୁ ତୁମେ … । ୩ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *