ଆସ ହେ ହୃଦୟେ ଯୀଶୁ-ଧନ
ନବପ୍ରୀତି ନବଗୀତି ଭରୁ ନିତି ଶିଶୁ ପ୍ରାଣ ଶିଶୁ କଣ୍ଠୁ ନିତି ଶୁଭୁ ହେ ନାଥ
ଆକୁଳ ମିଳନ ତାନ । ଘୋଷା ।
ଏ ପାପ-ମରୁରେ ନିତି ଆକୁଳ ସରସ ଶିଶୁର ଚିତ୍ତ ରୁକ୍ଷ ମରୁ ବାଆ ଲୁଟି ନିଏ
ତାର ପ୍ରୀତି କୁସୁମ ବିତ୍ତ ମଧୁ ପ୍ରୀତି ଫୁଲେ ଭରିଦିଅ ସଖା ଶିଶୁର ରିକ୍ତ ମନ । ୧ ।
ଯୌବନ ଝଞ୍ଜାର ପ୍ରଳୟ ଭୀତି ତରୁଣ ହୃଦେ ଯେ ଘାରେ
ପରାଣ ପ୍ରିୟର ବନ୍ଧନ ଭୀତି ମୁକୁଳାଅ ନାଥ ନିତି
ତରୁଣ ହୃଦରୁ ଖରେ
ତୁମ୍ଭରି ଶକତି ଜିଣୁ ଏ ଜଗତ, ଉଠୁ ନିତି ଜୟଗାନ । ୨ ।