aso sarbe biswajana toli jaya

ଆସ ସର୍ବେ ବିଶ୍ୱଜନ ତୋଳି ଜୟ କେତନ

କର ଉଲ୍ଲାସେ ପ୍ରଣାମ ଶିଶୁ ଯୀଶୁ ଚରଣ । ଘୋଷା ।

ବେଥେଲିହିମ ଆକାଶେ ନବ ତାରା ବିକଶେ,

ଦେଖ ଦୀନହୀନ ବେଶେ ସୁପ୍ତ ବିଶ୍ୱ ରାଜନ । ୧ ।

ଆସି ଧରା ପାପମୟ            ତ୍ୟଜି ଗୌରବ ସ୍ୱର୍ଗୀୟ

କଲେ ଈଶ୍ୱର ତନୟ ଦୁଃଖୀ ଦୁଃଖ ବରଣ । ୨ ।

ସୁପଣ୍ଡିତ ତିନି ଜଣ   କରି ମାନ ବିସର୍ଜନ 

ହୋଇଣ ନତ ଆନନ ପାଆନ୍ତି ଦରଶନ । ୩ ।

ଆସ ଆଜି ପୁରବାସୀ ଯେତେ ମୁକ୍ତି ଅଭିଳାଷୀ

ଅତୀତ ସଂଶୟ ନାଶି କର ଈଶ ବନ୍ଦନ । ୪ ।

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *