ଭଙ୍ଗା ହୃଦ ତୁଚ୍ଛ କରି ନ ପାରନ୍ତି
ଅଟେ ତାଙ୍କ ଗ୍ରାହ୍ୟ ବଳି ନେତ୍ର ଜଳେ ଭାସି ଡାକରେ ପାତକି
(ତାଙ୍କ) ସିଂହାସନ ଯିବ ଟଳି । ୦ ।
ଯଦି ଅନ୍ଧକାର ହୁଏ ଗାଢ଼ତର
ପଥ ଯାଉ ତୁହି ଭୁଲି
ଆକୁଳ ଅନ୍ତରେ ଡାକଟାଏ ଦେଲେ
ଦୁଇ ହାତେ ନେବେ ତୋଳି । ୧ ।
ସର୍ବଗ୍ରାସୀ ଢେଉ ଗ୍ରାସ କରିବାକୁ
ଆସେ ଯେବେ ତୋର ତରୀ ଆକୁଳ ଅନ୍ତରେ ଡାକଟାଏ ଦେଲେ
ଢେଉ ଯିବ ଅପସରି । ୨ ।
କଳା ମେଘ ଯେବେ ଘୋଟେରେ ଆକାଶେ
ଘଡ଼ଘଡ଼ି ଦିଏ ମାରି ଆକୁଳ ଅନ୍ତରେ ଡାକଟାଏ ଦେଲେ
ଧରିବେ ହସ୍ତ ବିସ୍ତାରି । ୩ ।
ମାଡ଼ି ଆସେ ଯେବେ ଝଡ଼ ତୋଫାନରେ
ଆଶ୍ରା ଯାଏ ତୋର ଭାଜି
ଆକୁଳ ଅନ୍ତରେ ଡାକଟାଏ ଦେଲେ
ଯୀଶୁ ତୋ ଆଶ୍ରୟ ଗିରି । ୪ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.