dipti prakasha ehi sangsare

ଦୀପ୍ତି ପ୍ରକାଶ          ଏହି ସଂସାରେ

ତାରାଗଣ ଯେହ୍ନେ    ଅନ୍ଧକାରରେ;

ମାନିବା ଏ ଆଜ୍ଞା     ପ୍ରଭୁ ବଳରେ

ମୁହିଁ ଏହିଠାରେ      ତୁ ସେଠାରେ । ୧ ।

ଦୀପ୍ତି ପ୍ରକାଶ          ଯୀଶୁ କହନ୍ତି,

ନିସ୍ତେଜ ପ୍ରଦୀପ      ଦୁଃଖେ ଦେଖନ୍ତି;

ହୋଇବା ଉଜ୍ଜ୍ୱଳ      ସବୁ କାଳରେ

ମୁହିଁ ଏହିଠାରେ      ତୁ ସେଠାରେ । ୨ ।

ଦୀପ୍ତି ପ୍ରକାଶ          ଯେହ୍ନେ ଦର୍ପଣ

ଦୀପ୍ତିମାନ ହୁଏ       ପାଇ କିରଣ;

ହେଉଁ ତେଜୋବାନ   ପ୍ରଭୁ ତେଜରେ

ମୁହିଁ ଏହିଠାରେ      ତୁ ସେଠାରେ         । ୩ ।

ଦୀପ୍ତି ପ୍ରକାଶ          ସୁଆଚାରରେ,

ପାପ-ଅନ୍ଧକାର       ନିଜ ପରରେ

କରୁଁ ତା ବିନାଶ       ଏ ଉପାୟରେ,

ମୁହିଁ ଏହିଠାରେ      ତୁ ସେଠାରେ         । ୪ ।

ଦୀପ୍ତି ପ୍ରକାଶ          କରିବ ଯେବେ

ପ୍ରଭୁଙ୍କ ପ୍ରଶଂସା      ଲୋକେ ଗାଇବେ;

ଦେଖିବା ଏ ଫଳ     ମହାନନ୍ଦରେ

ମୁହିଁ ଏହିଠାରେ      ତୁ ସେଠାରେ         । ୫ ।

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *