doyaa maya jishu dhana hai mote sabutharu kara sano

ଦୟାମୟ ଯୀଶୁ ଧନ ହେ ମୋତେ ସବୁଠାରୁ କର ସାନ । ଘୋଷା । 

 

କର ପ୍ରଭୁ ମୋତେ ମାଟିଠାରୁ ହୀନ

ପିନ୍ଧାଅ ହେ ମୋତେ ନମ୍ରତା ଭୂଷଣ

ଧ ୂଳିରୁ ଆହୂତ ଏ ନିରାଟ ସତ୍ୟ ନ ଭୁଲିବି କଦାଚନ । ୧ । 

 

ମର ଶରୀରର ତେଜ ବୀର୍ଯ୍ୟ ବଳ,

ଜାଣେ ଦିନେ ଏହା ହୋଇବ ବିଫଳ

ଅନିତ୍ୟ ସିନା ଏ ରୂପ ଯଉବନ, ବୁଝିବାକୁ ଦିଅ ଜ୍ଞାନ । ୨ ।

ଧନ ଜନ ମାନ ଯଶ ପଉରୁଷ,

ଫିଙ୍ଗିବାକୁ ଦୂରେ ଦିଅ ହେ ସାହସ,

ଅନ୍ତର ରାଇଜେ ଦୟା କ୍ଷମା ପ୍ରେମ, ରହିଥାଉ ଚିରଦିନ । ୩ । 

 

ସଂସାର ରାଇଜେ ବଡ଼ ସଦା ବଡ଼,

ତୁମ ରାଜ୍ୟେ ଏକ ଛୋଟ ହୁଏ ବଡ଼ ଶିଶୁର ସ୍ୱଭାବ 

ଦିଅ ପ୍ରଭୁ ଯେହ୍ନେ କୋଳରେ ପାଇବି ସ୍ଥାନ । ୪ । 

ଲାଜ ଅପମାନ ହେଉ ମୋ ସମ୍ମାନ,

ପଦ ଚିହ୍ନେ ତବ କରାଅ ଗମନ

ତୁମରି ପଦରେ ଜୀବନ ସାଥୀ ଗୋ, ଏହି ମୋର ନିବେଦନ । ୫ ।

Leave a comment

Your email address will not be published. Required fields are marked *