he raja rajana janamicha

ହେ ରାଜ, ରାଜନ, ଜନମିଛ କେଉଁଠାରେ । ଘୋଷା ।

ପ୍ରସାଦେ ପ୍ରସାଦେ ଖୋଜୁଥିଲି ମୁହିଁ,

ଗୁହାଳ କୁଣ୍ଡରେ ରହିଅଛ ଶୋଇ,

ତବ ଆଲୋକ ତାରକା ସମ ମୋତେ

ଦେଖାଇଛ ପଥ ପାପ-ନିଶିରେ 

 

ସ୍ୱର୍ଗ ସିଂହାସନ ତିଆଗି ହେ ନାଥ,

ମାନବ ରୂପ ଧରି ହୋଇଅଛ ଜାତ,

ପାପୀ ପାପ-ଭାର କରିବାକୁ ଦୂର,

ଆସିଅଛ ଆଜି ଏ ଦୀନ ବେଶରେ  । ୨ ।

 

ତବ ଶ୍ରୀ ପୟରେ ଭେଟି ଦେବା ପାଇଁ 

ସୁବର୍ଣ୍ଣ କୁନ୍ଦରୁ ଗନ୍ଧରସ ନାହିଁ,

ମମ ପାପ-ତାପ-କଳୁଷ ପରାଣ 

ଉପହାର ନିଅ ନାଥ ଦୟାରେ   । ୩ ।

ପାତକୀ ଜୀବନେ ଦେବାକୁ ମୁକତି ଭବେ କେହି ନାହିଁ ହେ ଜୀବନ ଜ୍ୟୋତିଃ

ପାପ ଅନ୍ଧକାର କର ମୋର ଦୂର, ଶିଶୁ ଯୀଶୁ ଆସି ମୋ’ ହୃଦ-କୁଟୀରେ । ୪ ।

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *