( ସ୍ୱର : ରସନା ତୁ ଆନେ ରସନା ରେ )
ମୋତେ ଯୀଶୁ ନାମ ଭଲ ଲାଗେରେ,
ନାମେ ସୁବିମଳ ପ୍ରେମ ଢଳଢଳ ମୂରତି ଅନ୍ତରେ ଜାଗେରେ । ଘୋଷା ।
ଯୀଶୁ ନାମଟି ତ ପ୍ରେମ ସୁନ୍ଦର, ପ୍ରେମ ଅଙ୍କୁରର ଆଦ୍ୟ ପତର;
ପ୍ରେମ ଦ୍ରାକ୍ଷାଲତା ଫଳେ ଆନମିତା ହୃଦକୁଞ୍ଜ ପୁରୋଭାଗେରେ । ୧ ।
ବିଶ୍ୱ ଜନ ମନ ମୋହ ମନ୍ତର, ମହା ପାତକୀ ଶରଣ ପଞ୍ଜର,
କ୍ରୁଶ କାଲଭେରୀ ମହିମା ଗାଉଛି ଅନନ୍ତ ପ୍ରେମ ପ୍ରସଙ୍ଗରେ । ୨ ।
ଦୁଃଖ ଦାବାନଳ ହୃଦ-କାନନ ନିଦାରୁଣ ପଣେ କଲ ଦହନ
ଶମଇଁ ଇଷିତେ ଯୀଶୁ ନାମାମୃତେ ନିରମଳ ପ୍ରେମାବେଗେରେ । ୩ ।
ଯୀଶୁ ବିମଳ ପ୍ରେମର ସାଗର କଳି ପାରିବ କେ କେଡ଼େ ଗଭୀର,
ମଜ୍ଜି ହଜିଯାଏଁ, ଖୋଜିଲେ ନ ପାଏ ସତ୍ତା ମୋର ଅନୁରାଗେରେ । ୪ ।