ପିଲାଙ୍କର ବନ୍ଧୁ ଜଣେ
ଅଛନ୍ତି ସ୍ୱର୍ଗରେ, ବନ୍ଧୁ ତାଙ୍କ ସମାନ
ନାହିଁ ସଂସାରରେ; ପ୍ରେମ ଥାଏ ତାଙ୍କର ସମାନ ରୂପରେ,
ନୁହଇ ତା ବିକାର
କୌଣସି କାଳରେ । ୧ ।
ପିଲାଙ୍କ ପାଇଁ ବିଶ୍ରାମ
ଅଛି ସ୍ୱର୍ଗପୁରେ,
ଅତୁଲ୍ୟ ସେ ବିଶ୍ରାମ
ନାହିଁ ତା ପରିରେ;
ଖ୍ରୀଷ୍ଟଙ୍କ ପ୍ରତି ପ୍ରେମ
ଥ ।ଏ ଯା ମନରେ, ସେ ପିଲା ସେ ବିଶ୍ରାମ
ଭୋଗିବ ସ୍ୱର୍ଗରେ । ୨ ।
ପିଲାଙ୍କର ପାଇଁ ଗୃହ
ଅଛି ସ୍ୱର୍ଗପୁରେ, କି ସୁରମ୍ୟ ସେ ଗୃହ !
କାହିଁ ତା ପରିରେ ?
ପିଲାମାନେ ସେଠାରେ
ଖ୍ରୀଷ୍ଟଙ୍କ ସଙ୍ଗରେ, ରହିବେ ଏକତ୍ରରେ
ଅନନ୍ତ ସୁଖରେ । ୩ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.