jisu asile swargaru

ଯୀଶୁ ଆସିଲେ ସ୍ଵର୍ଗରୁ,
ଦୟାରେ ମୁକ୍ତ କରିଲେ ସେ ମୋତେ ପାପରୁ (ଘୋଷା)
ସେ ସ୍ବର୍ଗ-ସୁଖ ଛାଡ଼ିଲେ, ସତ୍ୟ ମନୁଷ୍ୟ ହୋଇଲେ,
ସେ ମନୁଷ୍ୟ ଓ ଈଶ୍ଵର ସତ୍ୟ ଅବତାର |୧|


ଈଶ୍ଵରଙ୍କ ବିଷୟରେ ସେ ସତ୍ୟତା ଶିଖାଇଲେ,
ଯେ ତାଙ୍କୁ ଏବେ ମାନଇ ସେ ଜ୍ଞାନୀ ହୁଅଇ |୨|


ମୁଁ ଥିଲି ପାପିଷ୍ଠ ଲୋକ, ସେ କଲେ ମୋତେ ଧାର୍ମିକ,
ସେ ବଡ଼ ଦୁଃଖ ସହିଲେ, ମୋ ଦଣ୍ଡ ପାଇଲେ (ଯୀଶୁ) |୩ ।


ସେ ମୋର ପାଇଁ ମରିଲେ, ମୋ ବଦଳି ସେ ହୋଇଲେ,
ଯେବେ ସେ ମରି ନଥାନ୍ତେ, ଲୋକ ନାଶ ଯାନ୍ତେ (ଯୀଶୁ) ।୪|


ଯେବେ ସେ ଆସି ନଥାନ୍ତେ ଲୋକେ ସ୍ବର୍ଗକୁ ନ ଯାନ୍ତେ,
ଏବେ ମୁଁ ସ୍ଵର୍ଗକୁ ଯିବି, ପ୍ରଭୁଙ୍କୁ ଦେଖୁବି |୫|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *