jaya halleluyah jaya jaya

ଜୟ ହାଲିଲୁୟା ଜୟ ଜୟ ବୋଲ ହେ
ଯୀଶୁ ନାମ ଗାଇ ଚାଲ ଧରି ମୁକ୍ତିର ମଶାଲ (ଆଜି) (ଘୋଷା)

ସର୍ବ ଶକ୍ତିମାନ ମହା ବିକ୍ରମୀ ରାଜା
ଗୌରବ ପ୍ରତାପେ ହେଉ ଅଛନ୍ତି ସଜା ।
ମହିମା ପ୍ରକାଶ ହେବ କିଛି ସମୟ
ଦୟା ସହିଷ୍ଣୁ ନଥିବ ତାଙ୍କ ବଦନେ |୧|

ସୂର୍ଗୀୟ ତେଜେ କରିବେ ସେ ଆଗମନ
ସଙ୍ଗେ ଦିବ୍ୟ ଦୃତ ଆଉ କିରୁବଗଣ
ତୁରୀ ନାଦେ କମ୍ପାଇବେ ଏହି ମେଦିନୀ
ସାକ୍ଷାତ କରିବେ ମନୋନୀତ ସେ କ୍ଷଣି |୨|

ଯଦି ମଳିନ ହୋଇଛି ବସ୍ତ୍ର ତୁମର
ଯୁବା ମେଷ ରକ୍ତେ ଧୋଇ ହୁଅ ସତ୍ଵର
ପ୍ରସ୍ତୁତ ହେବା ସୁଯୋଗ ନଥିବ ତେବେ
ଆସ ଆଜି କୁଶୀୟ ଝରଣା ନିକଟେ |୩|

ସ୍ଵର୍ଗୀୟ ତେଜ ହୋଇବ ଦେହ ଆମର
ଧନ୍ୟବାଦ ସ୍ତୁତି ଗାଇବା ନିରନ୍ତର
ମର ଶରୀରରଲୀନ ହେବ ସେ ଦିନ
ଆତ୍ମିକ ଶରୀରେ ପ୍ରବେଶିବା ସିୟୋନ I୪I

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *