jeu dina dekhili se chabi

ଯେଉଁ ଦିନ ଦେଖିଲି ସେ ଛବି
କାଲବରୀ ତୀରେ ବହିଲା ପ୍ରେମରେ ରକ୍ତର ନଦୀ (ଘୋଷା)

କହିଲି ଯୀଶୁ ହେ ତୁମ ଦେହେ କିମ୍ପା ବେଦନାର କଷାଘାତ ।
କହିଲେ ସେ ମୋତେ ପାପ ପାଇଁ ତୋର କରୁଛି ପ୍ରାୟଶ୍ଚିର
ପଚାରିଲେ, ପ୍ରେମରେ ସେ ମୋତେ ତୋର ମୁକ୍ତି ପାଇଁ
ସହୁଛି ଏ ଦୁଃଖ ପାରୁକି ଅନୁଭବି…ପାରୁକି…ଅନୁଭବି |୧|

ଢାଳି ମୁଁ ଲୋତକ କହିଲି ଅଧୀରେ ଅଟେ ମୁଁ ଯେ ପ୍ରତାରକ
କ୍ଷମା କର ପ୍ରଭୁ ପାପ ଯେତେ ମୋର କରୁଛି ଅନୁତାପ
ପ୍ରେମ ବହି କହିଲେ ସେ ମୋତେ, ଆଜିଠାରୁ ମୁହଁ .
ସାରା ଜୀବନ ତୋ’ ପାଶେ ପାଶେ ଥିବିକେବେ ନ ଛାଡ଼ିବି |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *