khristiyano sobhaa dekhi hue hrusto mono

ଖ୍ରୀଷ୍ଟିୟାନ ସଭା ଦେଖି ହୃଷ୍ଟ ହୁଏ ମନ, ହୃଷ୍ଟ ହୁଏ ମନ,

ଏକକୁ ଆରେକ ଭାଇ ଭାଇ ସମ୍ବୋଧନ । ଘୋଷା । 

 

ମିଶନେରୀଗଣ ଆସି ସୁସମାଚାର ପ୍ରକାଶି,

ତାଙ୍କ ଶ୍ରମଫଳ ପ୍ରଭୁ କରାନ୍ତି ଦର୍ଶନ । ୧ ।

ଖ୍ରୀଷ୍ଟାଶ୍ରିତ ସଭା ଦେଖି          ମନ ହୁଏ ଅତି ସୁଖୀ,

ଏଣୁ ପିତା ପ୍ରଭୁଙ୍କର କର ହେ ଭଜନ । ୨ ।

ନାନା ଜାତି ନାନା ଭାଷୀ         ମିଳନ୍ତି ଏକତ୍ର ଆସି,

ଏକାବେଳେ ପାସୋରନ୍ତି         ଜାତିର ବନ୍ଧନ । ୩ ।

ଶୟତାନର ବନ୍ଧନ    କଲେ ପ୍ରଭୁ ବିମୋଚନ,

ତାଙ୍କ ସ୍ତୁତି କର ମନ ଯାବତ ଜୀବନ । ୪ ।

ଯେହ୍ନେ ମେଳ ପୃଥିବୀରେ       ତେହ୍ନେ ହେଉ ସ୍ୱର୍ଗପୁରେ,

ନ ହଜୁ ଗୋଟିଏ ପ୍ରାଣ           ମାଗି ଏ କଲ୍ୟାଣ । ୫ ।

ପ୍ରଭୁ ଯୀଶୁ ଖ୍ରୀଷ୍ଟାଶ୍ରିତ            ସର୍ବେ ହୁଅ ଆନନ୍ଦିତ,

ଓଡ଼ିଶା ଦେଶେ ଉଦିତ            ଧର୍ମର ତପନ । ୬ ।

ପୃଥିବୀରେ ଆଦ୍ୟ ପ୍ରାନ୍ତ          ସର୍ବେ ହୋନ୍ତୁ ଖ୍ରୀଷ୍ଟ ଭକ୍ତ,

ଥରହରେ ଶୟତାନ  କରୁ ପଳାୟନ । ୭ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *