ପବିତ୍ର ମହାପ୍ରଭୁ ହେ ଶ୍ରୀଚରଣେ ଆସିଅଛି ମୁଁ
ହୃଦୟକୁ ଶୂନ୍ୟ କରୁଛି ଆଶିଷରେ ଭରିଦେବ କି ? (ଘୋଷା)
ପାପ ପକେ ପଡ଼ିଥିଲି ମୁଁ ଦିନେ,
ପ୍ରେମେ ଅବତରିଲଯୀଶୁ ରାଜନ
କୁଶେ ଦେଲ ଆପଣା ପ୍ରାଣ, ତହିଁ ପାଇଲି ମୁଁ ପରିତ୍ରାଣ |୧|
ସେହି ମହାପ୍ରେମକୁ ଏବେ ଭୁଲିଯାଇ
ଆଧୁନିକ ଦୁନିଆରେ ଚାଲେ ମୁହିଁ
ଫେରାଅ ଏ ନେତ୍ର ଯୁଗଳ
ତୁମ ବିନା ମୁଁ ଅଟେ ଦୁର୍ବଳ |୨|
ପବିତ୍ର ଆମ୍ରାରେ କର ଉବ୍ଦୀପିତ
ମୁହିଁ ମୃତ ମାତ୍ର ତୁମେ ଜୀବିତ
ଯେହ୍ନେ ଫଳିବି ଫଳ ବହୁତ
ପିତା ମୋ ହେବେ ମହିମାନିତ ।୩|