chaki kathe jharere bukura

ଛକି କାଠେ ଝରେରେ ବୁକୁର ଶୋଣିତ ଝର
କାଲବରୀ ଚୁଳେ …
ଛକି କାଠେ ଝରେରେ … (ଘୋଷା)

ଯେ, ଆଜି ନିରବେ କାଲବରୀ ବେଦି ପରେ
ଯେ, ଆଜି କ୍ଷତବିକ୍ଷତ ବରଛାର ଧାରେ
ସେ ତୋହରି ପରା ମୁକତି କରତା
ଚିହ୍ନି ପାରୁଛୁ କି ତାରେ ?
କାଲବରୀ ଚୂଳେ । |୧|

ଯା’ ଶୋଣିତ ଦାନେ ଭାଙ୍ଗିଛି ପାପ ପ୍ରାଚୀର
ତା’ ଶୋଣିତେ ଦାନେ ଖୋଲିଛି ମୁକ୍ତି ଦୁଆର
ସେ ଶୋଣିତେ ବୁଡ଼ି ଲଭିଛୁ କି ଆଜି
ମୁକତି ତୋ ଜୀବନରେ ?
କାଲବରୀ ଚୂଳେ । |୨|

ସେ କୁଶର ତଳେ ଉଭା ମୁଁ ମୁକ୍ତି ଭିକାରୀ
ମୋକ୍ଷ ଦିଅ ଆଜି ହେ ଯୀଶୁ କଳୁଷହାରୀ
ତୁମରି ବିକ୍ଷତ ହସ୍ତ ପରଶେ
ଆସୁ ମୁକ୍ତି ଜୀବନରେ …
କାଲବରୀ ଚୂଳେ |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *