କର ଏହି ସାନ ପିଲାଙ୍କୁ ଆଶିଷ
ପ୍ରଭୁ କରି ତବ କରୁଣା ପ୍ରକାଶ …(ଘୋଷା)

ଆହେ ଇଶ୍ଵରଙ୍କ ପୁତ୍ର ତୁମ୍ଭ ଛାମୁକୁ ଆଣୁଅଛୁ ଆମ ପ୍ରିୟତମ ଶିଶୁଙ୍କୁ
ଦୟାହସ୍ତ ତୁମ୍ଭର ଥୁଅ ତାଙ୍କ ଉପର
ଘରୁ ତାଙ୍କୁ ଆବର ପ୍ରେମ ବାହୁ ତୁମ୍ଭର
ତବ ସ୍ବର୍ଗୀୟ ଗୃହେ ପ୍ରବେଶ ହେବା ଯାଏ।
ପ୍ରେମ ବଚନେ ତାଙ୍କୁ ଆକର୍ଷ … |୧|

ଗୁରୁତର ଭାର ଅଟେ ଶିଶୁ ପାଳନ ତେଣୁ ନିରାଶ ହୁଏ ତା’ ଭାବିଲେ ମନ
ମାତ୍ର ଏହା ନିଶ୍ଚିତ ତୁମ୍ଭ ପ୍ରେମ ଅତ୍ୟନ୍ତ
ତୁମ୍ଭ ପ୍ରାର୍ଥନା ଶୁଣି ଉତ୍ତର ଦେବ ପୁଣି
ଏଣୁ ତୁମ୍ଭର ଗୃହେ ତାଙ୍କ ପ୍ରବେଶ ଯାଏ
ପ୍ରେମ ବଚନେ ତାଙ୍କୁ ଆକର୍ଷ … |୨|

ଅଟୁ ଆମ୍ଭେମାନେ ନାନା ଦୋଷରେ ପୂର୍ଣ୍ଣ ତାହା ଦେକୁ ତାଙ୍କ ଦୃଷ୍ଟି ସୁତୀଷ୍ଟ
କୁକର୍ମ ଅନୁବର୍ତ୍ତୀ ଯେହ୍ନ ସେହି ନୁହନ୍ତି
ଏଣୁ ତାହାଙ୍କ ଦୃଷ୍ଟି ରଖ ତୁମ୍ଭର ପ୍ରତି
ତବ ସ୍ବର୍ଗୀୟ ଗୃହେ ପ୍ରବେଶ ହେବା ଯାଏ
ପ୍ରେମ ବଚନେ ତାଙ୍କୁ ଆକର୍ଷ … |୩|

ସହସ୍ର ସହସ୍ର ଭ୍ରାନ୍ତି ଜନକ ପଥ ସେ ଶିଶୁମାନଙ୍କ ଆଗେ ଅଛି ବିସ୍କୃତ
କରି ତହିଁ ଭ୍ରମଣ ଘଟାନ୍ତି ବା ମରଣ
ଏଣୁ ହେ ପ୍ରଭୁ ଧରି ରଖ ହସ୍ତ ତାଙ୍କରି
ତବ ସ୍ବର୍ଗୀୟ ଗୃହେ ପ୍ରବେଶ ହେବାଯାଏ
ପ୍ରେମ ବଚନେ ତାଙ୍କୁ ଆକର୍ଷ … |୪|

ଶିଶୁଙ୍କର ତ୍ରାଣକର୍ତା ତୁମ୍ଭେ ବିଖ୍ୟାତ ତେଣୁ ହୁଏ ଭରସାରେ ଆନନ୍ଦଚିତ
ଅଛୁ ବିଶ୍ୱାସେ ଜ୍ଞାତ ତବ ସୁଅଭିମତ
ତୁମେ ପ୍ରାର୍ଥନା ତୁଛି ନ କରିବ କଦାଚ
ଏଣୁ ତୁମ୍ଭର ଗୃହେ ତାଙ୍କ ପ୍ରବେଶ ଯାଏ
ପ୍ରେମ ବଚନେ ତାଙ୍କୁ ଆକର୍ଷ_ ….|୫|

ସୂଚୀମାଳାକୁ ଫେରନ୍ତୁ

2 Responses

Leave a Reply

Your email address will not be published. Required fields are marked *