manisha jibana khela ta nuhayi

ମଣିଷ ଜୀବନ ଖେଳ ତ ନୁହଁଇ ବଂଧୁରେ
ମାୟାଜାଲ ଏ ତ ନୁହେଁରେ… (ଘୋଷା)

ଏ ମାଟି ଧୂଳିରୁ ନିରିମିତ ହୋଇ
ଦିନେ ସେ ଧୂଳିରେ ଯିବୁ ତ ମିଳାଇ
ମରଣେ ତୋହର ଆୟାର ବିଚାର
କରିବେ ଈଶ୍ବର ନ୍ୟାୟରେ
ହେବୁ ତୁ ଦଣ୍ଡିତ ପାପରେ… |୧|

ନିତି ନାନା ମନ୍ଦ କର୍ମ କି ନକରୁ
ତାକୁ ପାପ ବୋଲି ତିଳେ ନ ବିଚାରୁ
ଦେଖ କି ଭୀଷଣ ପ୍ରଖର ଅନଳ
ତୋ ଲାଗି ଜଳୁଛି ନରକରେ
ଚିରକାଳ ତହିଁ ଜଳିବୁରେ … |୨|

ଆରେ ଦୁଃଖିଧନ, ଶୁଣ ସମାଚାର
ତୋ’ ଲାଗି ଆସିଛି ସରଗୁ ଅପାର
ପାପ କ୍ଷମା ଆଉ ଅନୁଗ୍ରହ ଦାନ
ଖ୍ରୀଷ୍ଟଙ୍କ ପବିତ୍ର ରକତରେ
ବିଶ୍ୱସେ ଯିବୁ ତୁ ତରିରେ… |୩|

ଶୁଣ ତୁ କହଇ, ଈଶ୍ବର ବଚନ
ଖ୍ରୀଷ୍ଟ ନାହିଁ ନରକ-ଦଣ୍ଡ ବିଧାନ
ବେଗେ ଆସ ଧାଇଁ ଖ୍ରୀଷ୍ଟଙ୍କର ପାଶେ
ପ୍ରେମେ ସେ କରିବେ ତ୍ରାଣରେ
ନାହିଁ ନାହିଁ ଅନୋପାୟରେ… I୪I

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *