କେଡ଼େ ପ୍ରେମ କଲ ଯୀଶୁ ହେ ସୁନ୍ଦର
ଛାର ପାପୀର ନିମିତ୍ତେ ତୁମ ପରାଣ ଦେଲ (ଘୋଷା)
ଛକି କାଠେ ଚଢ଼ିଲ ବର୍ଦ୍ଧାଘାତ ପାଇଲ,
କାଖତକୁ ବହିଲା ଧାର ଧାର ରୁଧୁର |୧|
ହାତ, ପାଦେ ପ୍ରେକ ମାଡ,
ମଥା ଉପରେ କଣ୍ଟା ବାଡ, ମଥା ପରେ କଣ୍ଟା ବାଡ,
ଶୋଷେ ହୋଇଲ ବ୍ୟାକୁଳ କି ଦୁଃଖ ଭୋଗିଲ |୨|
ଯୀଶୁ ନାହିଁ କେ ତୁମ ପରି,
ପର ଲାଗି ନିଜେ ଗୋ ମରି, ପର ଲାଗି ନିଜେ ମରି,
ବିଶ୍ୱ-ମଙ୍ଗଳ ବିହିଲ ସତ୍ୟ-ପଥ ରଚିଲ |୩|