jibane tumo bina

ଜୀବନେ ତୁମ ବିନା କିଛି ନୁହେଁ ମୋର
ତୁମେ ମୋ ତ୍ରାଣକାରୀ ପରମ ଈଶ୍ଵର … (ଘୋଷା)

ତବ ପ୍ରେମ ଅପାର ହୋଇ ଅବତର
କୁଶ କାO ଦେଇଛ ପ୍ରାଣ ଆପଣାର
ସାଧୁଲ ଧରା ପରେ ମୁକତି ଭଣ୍ଡାର
ତୁମେ ମୋ ତ୍ରାଣକାରୀ ପରମ ଈଶ୍ଵର … |୧|

ଏଇ ମାୟା ସଂସାର ସବୁ ହିଁ ଅସାର
ଅଳପ ଦିନ ପାଇଁ ଏଠି କାରବାର
ମୁଁ ଯେ ମଜି ତହିଁରେ ହେଲିତ ପାଶୋର
ତୁମେ ମୋ ତ୍ରାଣକାରୀ ପରମ ଈଶ୍ଵର … |୨|

ଏଇ ଭବସାଗରୁ କରିବାକୁ ପାର
ତୁମ ବିହୁନେ ପ୍ରଭୁ କେହି ନୁହେଁ ମୋର
ମୋର ମନ ତିମିର ସବୁ କର ଦୂର
ତୁମେ ମୋ ତ୍ରାଣକାରୀ ପରମ ଈଶ୍ବର… |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *