halleluyah halleluyah hosanna

ହାଲେଲୁୟା ହାଲେଲୁୟା ହୋଶାନା
ଯୀଶୁ ନାମେ ହେଉ ବନ୍ଦନା
ସେ ଯେ ମହାନ ସର୍ବ ଶକ୍ତିମାନ
ଘେନ ତାଙ୍କ ନାମେ ନୂଆ ଜୀବନ
କରି ତାଙ୍କୁ ହୃଦେ ଜୟଗାନ … (ଘୋଷା)

ଆସିଲେ ଜଗତେ ନର ରୂପ ଧରି
ଦେଖାଇଲେ ପଥ ଆଲୋକ ଜାଳି
କୁଶରେ ଆମ ଲାଗି ହେଲେ ସେ ବଳି
ସେ ଯେ ପରିତ୍ରାଣ କଲେ ସାଧନ
ଦେଇ ଆମକୁ ଅନନ୍ତ ଜୀବନ … |୧|

ଯୀଶୁ ନାମେ ଆନନ୍ଦେ କରିବା ଗାୟନ
ନାହିଁ ଆଉ କାହିଁ ସେ ନାମ ସମ
ସେହି ଜୀବନ ସତ୍ୟ ସନାତନ
ଅଟେ ସେହି ନାମ ଅମୃତ ସମାନ
ଧନ୍ୟ ଆମ ରାଜା ରାଜନ … |୨|

ଆଜି ଏ ଲଗନେ ବିଶ୍ବାସୀ ମିଳନ
ଅରପୁଛୁ ତୁମ ପାଦେ ଏହି ଜୀବନ
ଢାଳିଦିଅ ପବିତ୍ର ଆମ୍ରାଙ୍କ ଦାନ
ପ୍ରେମେ ଭରିଦିଅ ପ୍ରତି ଅନ୍ତର
ସାର୍ଥକ ହେଉ ଏ ଜୀବନ … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *