seba kariba kahara aji

ସେବା କରିବ କାହାର ଆଜି ମନୋନୀତ କର
ଜଗତ ଅବା ଯୀଶୁଙ୍କର ଆଜି ମନୋନୀତ କର
ଦୁଇ ମୁନିବର ସେବା କରି ନପାର
ସେବା କରିବ କାହାର … (ଘୋଷା)

ଜଗତର ସୁଖ ଅଟେ କ୍ଷଣ ଭଙ୍ଗୁର
ଦେଖା ଏ ଜୀବନେ ପ୍ରଲୋଭନ ପ୍ରଚୁର
ମାୟା ମରିଚିକା ପଛେ ହଜାଇ ସପନ ମିଳେ
କିମ୍ପା କରୁଛି ଉଛୁର ଆଜି ମନୋନୀତ କର… |୧|

ଅମାନିଆ ଜୀବନ ଯେ ଅଟେ ଅସାର
କାଲବରୀ ଚୁଳେ ଡାକେ ଯୀଶୁ ସୁନ୍ଦର
ତୋଳିନେବେ ନିଜ ହାତେ
ଗଢିବେ ଯତନେ ତୋତେ
ବଂଧୁ ଅଟନ୍ତି ପାପିର ଆଜି ମନୋନୀତ କର
ସେବା କରିବ କାହାର … |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *