ageyi aso hai swarga pathe

ଆଗେଇ ଆସହେ ସ୍ଵର୍ଗପଥେ
ଚାଲିବା ଯୀଶୁଙ୍କୁ ନେଇ ସାଥେ
ଜଗତର ଯେତେ ଅସାର ବନ୍ଧନୁ
ଏଡ଼ାଇ ପ୍ରଭୁଙ୍କୁ ଦେଇ ଦେବା
ଏ ଆମ ଯଉବନ… (ଘୋଷା)

ଯୀଶୁ ପାଶେ ଅଛି ଶାନ୍ତି
ସତ୍ୟ ପୁଣି ଚୀର ମୁକ୍ତି
ଅନନ୍ତ ଜୀବନ ଦେଇ
ସ୍ଵର୍ଗ ରାଜ୍ୟେ ସେ ନିଅନ୍ତି
ଲଭିବା ସ୍ବର୍ଗ ଧାମ … |୧|

ଯେତେ ଶତ ଦୁର୍ବଳତା
ଯୀଶୁ ନାମେ ପରି ହରି
ପ୍ରକାଶିବା ସତ୍ୟ ଧାମ
ଧାର୍ମିକତା ହୃଦେ ଧରି
ଗାଇବା (ଯୀଶୁଙ୍କ) ଗୁଣ ଗାନ … |୨|

ଉଦ୍ଭିଯୋଗରେ ରହିନିତ୍ୟ
ପ୍ରଭୁ କାର୍ଯ୍ୟ ହେବା ବ୍ରତ
ବିଜୟ କେତନ ଧରି
ସାଜ ସର୍ବେ ରାଜ ଦୂତ
ହୋଇବା (ଯୀଶୁରେ) ଆଗୁଆନ … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *