E ananta asima iswara parama

ହେ ଅନନ୍ତ ଅସିମ ଇଶ୍ଵର ପରମ
ତୁମେ ଗୌରବ ଚିତ୍ତ ସୌରଭ
ତୁମେ ମୋ ପ୍ରାଣ ପ୍ରିୟତମ (ଘୋଷା)

କେବେ ହସ ହୋଇ ଝରୁଥାଅ
ପୁଣି କେବେ ଆଖି ଲୁହ
ଛାଇ ହୋଇ ପାଖେ ପାଖେ ଥାଅ
ଅପର ତୁମରି ପ୍ରେମ
ପୁଣ୍ୟ ବୈଭବ କରି ଅନୁଭବ
ତୁମେ ହିଁ ପ୍ରିୟ ନବ ଜନ୍ମ (୧)

ତୁମେ ସଦା ହୋଇ ଜୋତିର୍ମୟ
ପଥ ଆପେ କହିଦିଅ
ମାଗିବା ଆଗରୁ ଦେଇଥାଅ
ଯିଏ ନିଏ ତୁମ ନାମ
ଚିର ଅଭିନବ ପାଇ ପରାଭବ
ଆଶ୍ରୟ ହୋଇ ଅନୁପମ (୨)

ସୂଚୀମାଳାକୁ ଫେରନ୍ତୁ

click the link below to listen full song and know the tune

Leave a comment

Your email address will not be published. Required fields are marked *