moro jibana sankhali jishu

(ସ୍ଵର-ତୁମେ ଅଧମ ପତିତ ନରେ)
ମୋର ଜୀବନ ସଙ୍ଖାଳି ଯୀଶୁ ନିତି ଜାଗି ପ୍ରାଣ ପଥେ
ତୁମେ ବାରେ ବାରେ ମନାକର ଗମିବାକୁ ଅଣ ପଥେ … (ଘୋଷା)

ଏ ସଂସାର ଜାଲେ ଗଲେ ପଡ଼ି
ତୋଳି ନିଅ ହାତେ କ୍ଷଣେ ଜାଲ ଯାଏ ଛିଡ଼ି ।
(ସେହି) ମହାନନ୍ଦେ ଭକ୍ତିଭରେ କରେ ସ୍ତୁତି ଅବିରତେ … |୧|

ଯେବେ ସେ ଅକୂଳନ କାଳେ
ପଡ଼ି ପେଷି ହୋଇ ଡ଼ାକେ ଜୀବନ ବିକଳେ
(ନାଥ) ଫେଡ଼ିଥାଅ ଦୁଃଖ ତାର ।
ଦେଇ ଶାନ୍ତି କେତେ କେତେ … |୨|

ପାପେ ପ୍ରାଣ ହେଲେ ଜରଜର
ପ୍ରେମେ ବାଡ଼ିଦେଇ ତାରେ ନାଶ ଖରତର
(ତାର) ପବିତ୍ର ହିଲ୍ଲୋଳେ ନାଚେ ତନୁ ପ୍ରାଣ ହରଷିତେ … |୩|

ବିଳାସରେ କେହି ଗଲେ ଭୂଲି
ତା ଅନ୍ତରେ ଅନୁଯୋଗ କରି କେତେ ଭଳି
(ସେହି) ଅନୁତାପେ ଅନୁରାଗେ ଅନୁସରେ ପୁଣ୍ୟ ପଥେ … |୪|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *