prabhu tume ruha sathe sathe

ପ୍ରଭୁ ତୁମେ ରୁହ ସାଥେ ସାଥେ ଏ ଜୀବନ ସାରା
ମୁହଁ ଭୁଲି ସବୁ ଚାଲୁଥିବି ତୁମ ପଛେ ପରା (ମୋ ଯୀଶୁ)
ଏ ଜୀବନ ସାରା … (ଘୋଷା)

ବହୁ ଦୂର ପଥ ମୋର ପଥେ କେତେ ଅନ୍ଧାର
ତୁମେ ଯଦି ଜ୍ୟୋତି ମୋର ହେବି ନାହିଁ ଦିଗହରା
ଏ ଜୀବନ ସାରା …. I୧|

ଦୁଃଖ ଯେବେ ଆସେ ମନେ ଯିବି ତୁମ ସନ୍ନିଧାନେ
ତୁମେ ଯଦି ସାନ୍ବନା ମୋ ଝରିବନି ଅଶୁଧାରା
ଏ ଜୀବନ ସାରା …. |୨|

ପରୀକ୍ଷା ଓ ପ୍ରଲୋଭନ ଅଛି ଆଗାମୀ ଜୀବନେ
ତୁମେ ଯଦି ସାଥ ମୋର ହେବି ନାହିଁ ଧୈର୍ଯ୍ୟହରା
ଏ ଜୀବନ ସାରା … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

One thought on “prabhu tume ruha sathe sathe”