ଚିରଦିନ ପ୍ରିୟ ଯୀଶୁ ମୁଁ କେବଳ ତୁମରି
ପଛେ ପଛେ ଗୁଲୁଥିବି ଜଗତକୁ ପାଶୋରି … (ଘୋଷା)
ଯଦି ପାଶେ ଆସେ ମୋର ବିପଦ ସଙ୍କଟ ଭୟ
ଯୀଶୁ ତବ ମହା ନାମେ ଲଭିବି ମୁଁ ଜୟ … |୧|
ଯଦି ବିଜନେ ଏକାକୀ ରଖ ମୋତେ ଯୀଶୁ ହେ
ତୁମରି ମଧୁର ରବେ ଲଭିବି ଆନନ୍ଦ ହେ … |୨|
ଶୋକ, ଦୁଃଖ, କ୍ରେଶ, ତାପେ ନାହିଁ ଭୟ ପରାଣେ
ତବ ପ୍ରେମେ ମଜି ପ୍ରାଣେ ନ ଡରିବି ମରଣେ … |୩|
ଯେବେ ବନ୍ଧୁ ପରିଜନେ ତ୍ୟଜି ଯାନ୍ତି ହେ ଦୂରେ
ଚାଲିଥିବି ପଛେ ତୁମ ଯୀଶୁ ନାମେ ସାହସେ … |୪|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.