keu dina saragaru asibe

କେଉଁ ଦିନ ସରିଗରୁ ଆସିବେ ମୋ ରାଜା
କରିବି ତାଙ୍କୁ ମୁଁ ଚରଣେ ପୂଜା …(ଘୋଷା)

ଝୁରୁଛି ନିତି ଦିବସ ରାତି ଚାହିଁ ବସିଛି ଜାଳି ନୟନ ବତୀ
ଦେଖିବାକୁ ଅନୁପମ… ମୁଖର ଶୋଭା … |୧|

ଭକତି ଭରେ, ଲୋତକ ଝରେ ଧୋଇବି ପାଦ ମୁଁ ମମତା ଭରେ
ମନ ଦେବି ବସାଇବି… ମୋ ହୃଦେ ସଦା … |୨|

ପୀରତି ଫୁଲ ଗୁଛିଛି ମାଳ ପ୍ରେମ ସରାଗେ ଦେବି ଗଳେ ତାଙ୍କର
ପ୍ରିୟତମ ଆସିବେ ମୋ… ଜଗିବି ସଦା … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *