କି ସୁଖଦାୟକ ପଥ, କରଇ କି ଆନନ୍ଦିତ,
ଅଟଇ କି ଶାନ୍ତିଯୁକ୍ତ ତାହାର ସକଳ ପଥ । ଘୋଷା ।
ଧ ର୍ମ ପଥେ ଆଶୀର୍ବାଦ ଜନ୍ମାଏ କେଡ଼େ ଆହ୍ଲାଦ,
ଘୁଞ୍ଚାଏ ସର୍ବ ପ୍ରମାଦ କରଇ କି ହୃଷ୍ଟ ଚିତ୍ତ । ୧ ।
ରକ୍ଷା କରେ ପରୀକ୍ଷାରୁ, ଉଦ୍ଧାରଇ ବିପଦରୁ,
ଫେରାଏ ପାପ ମନ୍ଦରୁ, ଦାନ କରେ ଶାନ୍ତି ଚତ୍ତ । ୨ ।
ଥ ôଲେ ଘୋର ବନ୍ଧନରେ ଅଥବା ସିଂହ ଗହ୍ୱରେ,
କି ଅବା ମରଣକାଳେ ପୂର୍ଣ୍ଣ କରେ ମନୋରଥ । ୩ ।
ଇହ ପର ଦୁଇ ଲୋକ ପ୍ରତି ସେ ଫଳଦାୟକ,
ଜନ୍ମାଏ କି ମହାସୁଖ ହୋଇଣ ପ୍ରତିଜ୍ଞାଯୁକ୍ତ । ୪ ।