କି ଆନନ୍ଦ । କି ଆନନ୍ଦ । ମୋ ମନରେ
ଯେବେ ଯୀଶୁ ମୋତେ ଧରିଲେ ବକ୍ଷରେ
ଥିଲି ଏକ ହଜା ମେଷ ଅନ୍ଧାରେ
ଖୋଜି ଖୋଜି ମୋତେ ପାଇଲେ ଶେଷରେ (ଘୋଷା)
ଜଗତର ସୁଖ ଚିରାଣିର ଲୋଭେ ଚାଲିଗଲି ବହୁ ଦୂରକୁ
କେବେ ନ ଭାବିଲି ଫେରି ନ ଆସିବି
ଯାଇଛି ଯେ ପଥ ମୃତ୍ୟୁକୁ
ତଥାପି ସେ ଉତ୍ତମ ପାଳକ ମୋର ।
ମୋତେ ସେ ଖୋଜିଲେ ପ୍ରେମରେ .|୧|
ମୋ ପରି ହେ ବନ୍ଧୁ ତୁମେ କି ହଜିଛି।
ମୃତ୍ୟୁର ସେହି ପଥରେ
ଫେରି ଶୁଣ ଥରେ ସେ ପ୍ରେମି ପାଳକ
ଡ଼ାକନ୍ତି ଯେ କେତେ ଆଦରେ
ପ୍ରେମିକ ସେ ତୁମ ଲାଗି କୁଶରେ ମଲେ,
ନେବାକୁ ତୁମକୁ କୋଳରେ … | ୨ |