ଆହେ ଧର୍ମାତ୍ମା, କରି କୃପା ପ୍ରକାଶନ
କର ମୋ ମନେ ସ୍ଥାପନ ତବ ସିଂହାସନ । ଘୋଷା ।
ତୁମ୍ଭେ ହେ ପ୍ରବୋଧକର୍ତ୍ତା, ପାପ ପୂଣ୍ୟ ବୋଧ ଦାତା,
ତୁମ୍ଭେ ଅଟ ପୂର୍ଣ୍ଣ ତେଜୋବାନ,
ତବ ଆଲୁଅ କିରଣ ପ୍ରକାଶି ହୃଦେ ବହନ
କର ମୋର ମହା ଘୋର ତମ ବିନାଶନ ା ୧ ।
ପ୍ରଭୁ ପ୍ରତି ପ୍ରେମ-ଭକ୍ତି ହେଉ ମୋ ହୃଦେ ଉତ୍ପତ୍ତି
ଦୂର ହେଉ ସବୁ ପାପ-ପ୍ରେମ,
ଏହି ମୋ ଶିଥିଳ ପ୍ରାଣ ଖ୍ରୀଷ୍ଟ ପ୍ରେମେ ପ୍ରଜ୍ଜ୍ୱଳନ କର ନିତି, ଉଠୁ,
ଉଠେ ଅନଳ ଯେସନ ା ୨ ।
ତବ ଅତୁଷ୍ଟିଜନକ ଅଛି ମୋ ହୃଦେ ଯେତେକ ହେଉ ପଛେ ଯେଡ଼େ ଇଷ୍ଟତମ,
ଉପାଡ଼ି ତାର ଆସନ ସମୂଳେ କର ଧ୍ୱଂସନ
କର ମୋର ହୃଦେ ତୁମ୍ଭେ ସଂପୂର୍ଣ୍ଣ ଶାସନ ା ୩ ।
ଶୋକ ଦୁଃଖ ଯେତେ ମୋର ସକଳ କରିଣ ଦୂର
ପୂର୍ଣ୍ଣାନନ୍ଦେ ପୂରାଅ ମୋ ପ୍ରାଣ,
ପାପମୋଚନର ଜ୍ଞାନ କର ମୋ ହୃଦେ ପ୍ରଦାନ
ନୋହିବି କେବେ ନିରାଶେ ମଗ୍ନ ମୁଁ ଯେସନ ା ୪ ।