ଆହେ କୃପାସିନ୍ଧୁ,
ତୁମ୍ଭ ଶ୍ରୀପାଦରେ ମୋର ଗୁହାରି ଏତିକି । ଘୋଷା ।
କୁଳପାବନ ହେ, ହୃଦ-ପଦ୍ମେ ରହି ବିନାଶ ଏ ଷଡ଼ରିପୁକୁ ସମୂଳେ ।
ହୃଦୟ ଦିଅ ଧୋଇ ତବ ଶୋଣିତ ଦେଇ,
ପାତି ପ୍ରେମ ଆସନ ବସି ଜୀବନ ସାଇଁ, ପ୍ରେମ-ପୀୟୁଷ ଧାରା ବହୁ ହୃଦୟ ଛାଇ,
ଶରଣ ସମ୍ଭାଳ ଶ୍ରୀ ପାଦେ କିଣା ଜନକୁ । ୧ ।
ପାପ ଦାବାନଳ ହୃଦ-ବନେ ମୋର ଯେବେ ପ୍ରବଳ ଉଠଇ,
ଆହେ ପ୍ରେମ ଝର, ଦେଇ ପ୍ରେମ-ଜଳ
ଅନଳକୁ ଦଳ ସୁଦୟା ଚିତ୍ତରେ । ୨ ।
ଯେବେ ଜଞ୍ଜାଳର ଜାଲେ ଜଡ଼ି ମୁହିଁ ଭୁଲେଁ ମୋକ୍ଷଦ ପଦକୁ,
କ୍ରୁଶ କତୁରୀ ଦେଇ କାଟି କର ତ୍ରାହି
ଏତିକି ମିନତି ଆହେ ପାପୀ-ବନ୍ଧୁ । ୩ ।
ଯେତେ ଦିନ ମୁହିଁ ଭବେ ବଞ୍ôଚଥାଇ
ପୂଜିବି ପଦ ଯୁଗଳ,
ଭାବେ ତବ ଦାସ,
ପୂରାଅ ମାନସ, ବାସ ଦିଅ ଶେଷେ ପାଦେ ଅଧମକୁ । ୪ ।