କରୁଣା କର ଯୀଶୁ, କର କରୁଣା ହେ । ଘୋଷା ।
ନାହିଁ ହେ ତୁମ୍ଭ ବିନା ନାହିଁ ତୁମ୍ଭ ବିନା
ଦୀନହୀନର ଗତି ଅଧର୍ମ ମାର୍ଜନା ।
ତୁମ୍ଭ ବିନା ଅସାର ମିସରୀୟ ସୁନା,
ନ କର ଊଣା କରୁଣା ହେ । ୧ ।
ଭୋଗୁଅଛ ମୋର ପାଇଁ କ୍ରୁଶୀୟ ବେଦନା,
କରିଅଛ ରକ୍ତପାତ ଭୋଗୀ କି ଯାତନା;
ସେହି ରକ୍ତେ, ସେହି ରକ୍ତେ ଅଟେ ମୁହିଁ କିଣା,
ନ କର ଊଣା କରୁଣା ହେ । ୨ ।
ଯେବେ ମୁହିଁ ଦୀନହୀନ ତ୍ରାଣଧନ ବିନା
ଅବା ମଧ୍ୟ ହେଲେ ପ୍ରଧାନ ପାପୀରେ ଗଣା,
ମୋର ପାଇଁ ସୁପ୍ରଚୁର ତବ ଶ୍ରୀ କରୁଣା,
ନ କର ଊଣା କରୁଣା ହେ । ୩ ।
ଯୀଶୁ ବିନା, ଯୀଶୁ ବିନା ମୁହିଁ ଯାଏ ମରି,
ଯୀଶୁ ରତ୍ନ ଯତ୍ନ ବିନା ଦିନ ଗଲା ସରି,
ଦୀନେ ସୁପ୍ରସନ୍ନେ ରଖ ଶ୍ରୀହସ୍ତ ବିସ୍ତାରି,
ନ କର ଊଣା କରୁଣା ହେ । ୪ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.